ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଂଚାୟତ ସ୍ଥିତ କାମପୁର ଗ୍ରାମର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର -୧ ଜରାଶିର୍ଣ୍ଣ ହୋଇ ପଡି ରହିଛିଓ ଶିଶୁଙ୍କ ପାଇଁ ବିପଦ ସଂକେତ ଦେଉଛି । ହେଲେ ଏହା ଉପରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନିକ ଅଧିକାରୀ କାହାରିଙ୍କ ଦୃଷ୍ଟି ଗୋଚର ହେଉ ନାହିଁ । ୧୯୮୨ ମସିହାରେ ସ୍ଥାପିତ ଉକ୍ତ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୪୪ ବର୍ଷ ପୁରୁଣା ତଥା ଗ୍ରାମର ପ୍ରଥମ ଓ ଅତି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ର । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ର କୁ ନୀତି ଛୋଟ ଛୋଟ ଶିଶୁ ମାନେ ପଢି ବାକୁ ଯାଉଛନ୍ତି । କେଉଁ ମହୁର୍ତ୍ତ ରେ ଯେ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବିପଦକୁ ଟାଣି ଆଣିପାରେ ଓ ନିଷ୍ପାପ ଶିଶୁଙ୍କ ଜୀବନ ନେଇପାରେ ଏକଥା କାହାକୁ ଗୋଚର । ଏହିଭଳି ଅବସ୍ଥାରେ ମଧ୍ୟ୍ୟ ଅଙ୍ଗନୱାଡ଼ି କେନ୍ଦ୍ର ଚାଲୁଛି । ଶିଶୁ ମାନଙ୍କ ଅଭିଭାବକ ଅଭିଭାବିକା ଉଭୟେ ବାରମ୍ବାର ଲର୍କା ସରପଞ୍ଚ ଏବଂ ସମିତି ସଭ୍ୟ ଙ୍କୁ ଜଣାଇଛନ୍ତି । ଏହି ଅଭିଯୋଗ କୁ ଭିତ୍ତିକରି ଉଭୟ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବାରମ୍ବାର ପ୍ରଶାସନ କୁ ଜଣାଇବା ସାଙ୍ଗେ ସାଙ୍ଗେ ଅନେକ ଥର ପଞ୍ଚାୟତ ସମିତି ବୈଠକ ରେ ମଧ୍ୟ ପ୍ରସ୍ତାବ ଆଗତ ସହ ଯୁକ୍ତିତର୍କ କରୁଛନ୍ତି କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନିକ ଅଧିକାରୀ । କିଛି ଦିନ ତଳେ ଅନୁଷ୍ଟିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଏହା କୁ ନେଇ ଲର୍କା ସମିତି ସଭ୍ୟ ଅମିତି ସିଂ ଦେଓ ବାରମ୍ବାର ପ୍ରସ୍ତାବ ଆଗତ କରିଥିବା ସୂଚନା ରହିଛି କିନ୍ତୁ ମୋତେ ଯେତେ ମାଠିବୁ ମାଠ, ମୁ ସେଇ ଦରପୋଡା କାଠ ସଦୃଶ ଏପର୍ଯ୍ୟନ୍ତ କୌଣସି ପ୍ରଶାଶନିକ ଅଧିକାରୀ ପରିଦର୍ଶନରେ ଯାଇନାହାନ୍ତି କିମ୍ବା ତଦନ୍ତ କରି ନାହାନ୍ତି କିମ୍ବା କୌଣସି ପଦକ୍ଷେପ ନେଇ ନାହାନ୍ତି । ଏଣୁ କାମପୁର ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ ରଖିଛନ୍ତି ଯଥାଶୀଘ୍ର ବିପଦ ସଙ୍କୁଳ ଅବସ୍ଥାରେ ଥିବା କାମପୁର ନମ୍ୱର୍ -୧ ,ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ପୁର୍ବଜ ତଦନ୍ତ କରି ମରାମତି କରାଯାଉ ଅଥବା ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯାଉ । ନତୁବା ଆଗାମୀ ଦିନରେ ସମସ୍ତ ଅଭିଭାବକ, ଅଭିଭାବକ ଏକତ୍ରିତ ହୋଇ ବିଡିଓ ତଥା ସିଡ଼ିପିଓ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଧମକ ଦେଇଛନ୍ତି । ଖବର ପ୍ରଶାରଣ ପରେ କେବେ କେତେ ଶୀଘ୍ର ପ୍ରଶାସନିକ ଅଧିକାରୀଙ୍କ ନିଦ୍ରାଭଙ୍ଗ ହୋଇ ପରିଦର୍ଶନ ସହ ଦୃଷ୍ଟି ପଦୁଛି ଓ କେତେ ଶୀଘ୍ର ଉକ୍ତ ଅଙ୍ଗୱାଡ଼ି କେନ୍ଦ୍ର ର କାର୍ଯ୍ୟ ଆରମ୍ଭ ଓ ଶେଷ ହେଉଛି ତା ଉପରେ ସମସ୍ତ ଙ୍କ ନଜର ।

0 Comments